ନୂଆଦିଲ୍ଲୀ,୧୪/୧ : ଆପକୁ ଝଟକା । ଏଆଇ ଭିଡିଓରେ ଫସିଲା ଆମ୍ ଆଦମୀ ପାର୍ଟି । ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଜାରି ଥିବା ଘମାସାନ ଭିତରେ ଅଡୁଆରେ ପଡିଛନ୍ତି ମୁଖ୍ୟମନ୍ତ୍ରୀ ଆତିଶୀ । ନାମାଙ୍କନ ପୂର୍ରରୁ ଆମ୍ ଆଦମୀ ପାର୍ଟି ନେତା ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ଅସୁବିଧା ବଢିପାରେ । ତାଙ୍କ ବିରୋଧରେ ଏଫଆଇଆର ରୁଜ୍ଜୁ ହୋଇଛି ।
ଆଚରଣ ବିଧ୍ ଉଲ୍ଲଘଂନ ଅଭିଯୋଗରେ ରିଟର୍ଣ୍ଣିଂ ଅଫସର ତାଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛନ୍ତି । ଏହାପୂର୍ବରୁ ଦିଲ୍ଲୀ ବିଜେପି ନେତା ପ୍ରବେଶ ବର୍ମା ଅଭିଯୋଗ ନେଇ ପୋଲିସ ପାଖରେ ପହଞ୍ଚିଥିଲେ । ତାଙ୍କ ନାମରେ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ସେ ସରକରୀ ଗାଡି ବ୍ୟବହାର କରୁଥିବା ଅଭିଯୋଗ ହୋଇଛି । ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଫଟୋ ଏବଂ ଭିଡିଓ ପୋଷ୍ଟ କରିବା ନେଇ ଆପ୍ ବିରୋଧରେ ବିଜେପି ଅଭିଯୋଗ ଆଣିଛି । ଦୁଇଟି ଅଲଗା ଅଲଗା ମାମଲାରେ ଆପକୁ ଝଟକା ଲାଗିଛି ।
ମୁଖ୍ୟମନ୍ତ୍ରୀ ଆତିଶଙ୍କ ନାମରେ ଏଫଆଇଆର- ନିର୍ବାଚନ କାର୍ଯ୍ୟ ପାଇଁ ସରକାରୀ ଗାଡି ବ୍ୟବହାର କରୁଥିବା ନେଇ ରିଟର୍ଣ୍ଣିଂ ଅଫସର ମାମଲା ଦାୟର କରିଛନ୍ତି । ଜାନୁଆରୀ ୭ ତାରିଖରେ ସେ ଘରୋଇ ନିର୍ବାଚନ କାର୍ଯ୍ୟାଳୟରେ ନିର୍ବାଚନ ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ପିଡବ୍ଲୁଡିର ସରକାରୀ ଗାଡି ବ୍ୟବହରା କରିଥିବା ଅଭିଯୋଗ ହୋଇଥିଲା । ଏହା ପରେ ଦିଲ୍ଲୀ ପୋଲିସ ବିଏନଏସ ଧାରା ୨୨୩ ଏ ଅଧୀନରେ ମାମଲା ରୁଜୁ କରିଛି । ଆଚରଣ ବିଧି ଉଲ୍ଲଘଂନ କରିଥିବା ନେଇ ଏଫଆଇଆର ହୋଇଛି ।
ପିଏମ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ଫଟୋ ଓ ଭିଡିଓ ପୋଷ୍ଟ କରିବା ନେଇ ଆପ୍ ବିରୋଧରେ ଅଭିଯୋଗ କରିଛି ବିଜେପି । ଦିଲ୍ଲୀ ନର୍ଥ ଏବନ୍ୟୁ ଥାନାରେ ଅଭିଯୋଗ ଆଣିଛି ବିଜେପି । ସୋସିଆଲ ମିଡିଆରେ ନିର୍ବାଚନୀ ପ୍ରଚାରେ ପୋଷ୍ଟ ହୋଇଥିବା ଭିଡିଓରେ ଏଆଇ ଟେକକ୍ନିକର ବ୍ୟବହାର ହୋଇଛି ବୋଲି ଅଭିଯୋଗ କରିଛି ଦିଲ୍ଲୀ ବିଜେପି ।
ହାଇପ୍ରୋଫାଇଲ ଆସନ କାଲକାଜୀରୁ ବିଧାୟିକା ଆତିଶୀଙ୍କୁ ଟିକେଟ ଦେଇଛି ଆପ୍ । ତାଙ୍କ ବିରୋଧରେ ବିଜେପି କାଲକାଜୀରୁ ପୂର୍ବତନ ସାଂସଦ ରମେଶ ବିଧୁଡୀଙ୍କୁ ପ୍ରାର୍ଥୀ କରିଛି । ଆସନ୍ତା ଫେବୃଆରୀ ୫ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ୭୦ ଆସନରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ଫେବୃଆରୀ ୮ ତାରିଖରେ ଗଣତି ସହ ଫଳାଫଳ ପ୍ରକାଶ ପାଇବ । ଫେବୃଆରୀ ୨୩ ତାରିଖରେ ଦିଲ୍ଲୀ ବିଧାନସଭା କାର୍ଯ୍ୟକାଳ ଶେଷ ହେଉଛି । ନିର୍ବାଚନରେ ବିଜେପି ଓ ଶାସକ ମଧ୍ୟରେ ଜୋରଦାର ଟକ୍କର ହେବା ଅନୁମାନ କରାଯାଉଛି ।